ଶେଷ ଛବି
(ଜେଜେ ଆଉ ନାତି ଗାଁ କୁ ଯାଊଛନ୍ତି ଅଟୋ ରେ, ଟ୍ରେନ ରୁ ଓଲ୍ହେଇବା ପରେ)
"ବାପା ସେଟା କଣ?" - ନାତି ପଚାରୁଛି" ସେଇଟା ନୁଆ ଧାନ ବୁଣା ହେଇଚି।" - ଜେଜେ "ଆଛା ବାପା ତମେ କେବେ ଧାନ ବୁଣିଚ?"" ହଁ କେତେ ନା କେତେ ସି ସମୟ ରେ ମୁ ଭେଣ୍ଡିଆ ଥିଲାବେଳେ।" "ବାପା ଆଉ କେତେଦୂର ରହିଲା?" "ହେଇଗଲା ଆଉ ଟିକେ ବସେ।" " ଜୋର ରେ ଲାଗୁଛି ବାପା !" - ନାତି ବାପା କୁ ଆସ୍ଥେ କହିଲା "ଏଠି ରଖି ଦେ ରେ ବାପା ଗାଡ଼ି ଆକୁ ଆଣ୍ଟିକି ଲାଗିଲାଣି ପିଣୀ "- ବାପା ଅଟାୱାଲା କୁ ବଡ଼ ପାଟିରେ "ଥାଉ ବାପା ମୁ ବସିପଡ଼ିବି" - ନାତି ରାଗୁଚି ହେଲେ ରାଗ ଦେଖଊନିନାତି ର ରାଗ ତ ଏତେ ଯେମିତି ମାନ ସମ୍ମାନ ପଳେଇଲା ଛାଡ଼ ସେତେ କଥା ଏବେ ଦି ଜଣ ଯାକ ଗାଁ କୁ ପହଞ୍ଚିବାକୁ ଆଉ ଟିକେ ଦୁରେ। "ଜଳଖିଆ ଖାଇଦବୁ ନା?ତ ଆଇ କିଛି ବନେଇ ନଥିବ ମତେ ଜଣା।" - ମୋ ଜେଜେ କିଏ କଣ କହିବ, କେତେ ପ୍ରଶ୍ନ କୁ ଉତ୍ତର ହବାକୁ ପଡ଼ିବ ବାହାରେ ଖାଇଲେ ଏବେ, ମୁ ଭଲ ହେଲେ ଦିଶୁନି ପରା - ନାତି ଭାବୁଛି ମନରେ ତାର ହଜାରେ ପ୍ରଶ୍ନ ଉଙ୍କି ମରୁଛି, ହେଲେ ଏଇ ପେଟ ଯୋଉ ନାଟ କରୁଛି ସିଧା ପାଇଖାନା ରେ ବସିଲେ ହିଁ ଶାନ୍ତି ମିଳିବ। "ନାଇ ବାପା ଥାଉ, ପରେ ଖାଇବି" - ନାତି ପ୍ରାୟ ଅଢେ଼ଇ ମିନିଟ ପରେ କିଛି କହିଲା "ଯା ଗାମୁଛା ଟି ଧରିକି, ବନ୍ଧ କୁ ପଳା" - ଆମ ଆଇ, ଆସୁ ଆସୁ ରାମାୟଣ ଆରମ୍ଭ। "ଆଇ ଏତେ ଦୂର କିଏ ଯିବ, ଅଜା ପରା ମୋ ପାଇଁ ଲାଟ୍ରିନ ବନେଇଚେ।"- ନାତି ଆଇ ର କଥାବାର୍ତ୍ତା। "ଚାଲେ ଯିବୁ ବଇଲେ" - ଜେଜେ
ଆଜି ପାଇଁ ଏତିକି।